CMO Odisha (@CMO_Odisha) header
CMO Odisha (@CMO_Odisha) profile picture

Office of the Chief Minister, Odisha

Bhubaneswar, Odisha
Joined January 2016
Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)Photo by CMO Odisha (@CMO_Odisha)
ବାତ୍ୟା ‘ଅକବାନ’ର ମୁକାବିଲା ପାଇଁ ବିପଦପ୍ରବଣ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାରକାରୀ ଦଳଙ୍କ ସହାୟତାରେ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ଆଶ୍ରୟସ୍ଥଳୀରେ ଜନସାଧାରଣଙ୍କ ପାଇଁ ଶୁଖିଲା ଓ ରନ୍ଧା ଖାଦ୍ୟ ସହ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉଛି। ଜନସାଧାରଣଙ୍କ ସୁରକ୍ଷା ଓ ଜୀବନ ରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।
1
3,211
ବାତ୍ୟା ‘ଅକବାନ’କୁ ଦୃଷ୍ଟିରେ ରଖି ପୁରୀରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ଆଶ୍ରିତଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସୁବିଧା, ସୁରକ୍ଷା ଓ ଆବଶ୍ୟକତା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଲୋକଙ୍କ ସରକାରରେ ଜନସାଧାରଣଙ୍କ ସୁରକ୍ଷା ଓ ଜୀବନ ରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।
1
3,037
ବାତ୍ୟା ‘ଅକବାନ’ର ମୁକାବିଲା ପାଇଁ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉଦ୍ଧାରକାରୀ ଦଳ ବିପଦପୂର୍ଣ୍ଣ ଗଛ ହଟାଇବା ସହ ଘର, କୋଠା ଓ ବିଦ୍ୟୁତ୍ ଖୁଣ୍ଟ ପ୍ରତି ରହିଥିବା ବିପଦ ଦୂର କରୁଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାରେ ଉଦ୍ଧାରକାରୀ ଦଳ ଶିଶୁ ଓ ଗ୍ରାମବାସୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। As part of preparations to tackle Cyclone Akvan, rescue teams are removing hazardous trees and addressing potential risks to houses, buildings and overhead power lines at various locations in Koraput district. Similarly, in Ganjam district, rescue teams have safely evacuated children and villagers.
1
2
3,222
ବାତ୍ୟା ‘ଅକବାନ’ର ମୁକାବିଲା ପାଇଁ ଲୋକଙ୍କ ସରକାରଙ୍କ ପକ୍ଷରୁ ଉଦ୍ଧାର ଓ ସହାୟତା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ସହ ଆଶ୍ରୟସ୍ଥଳୀରେ ଆବଶ୍ୟକୀୟ ସୁବିଧା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଜନସାଧାରଣଙ୍କ ସୁରକ୍ଷା ଓ ସୁବିଧାକୁ ସର୍ବାଧିକ ପ୍ରାଥମିକତା ଦେଇ ସମସ୍ତ ପଦକ୍ଷେପ ନିଆଯାଉଛି। Rescue and relief operations have been intensified to ensure the safety and well-being of people amid Cyclone ‘AKVAN’.
3
3
9
3,741
ବାତ୍ୟା ମୁକାବିଲାରେ ଜନସୁରକ୍ଷା ସହ ମା’ ଓ ଶିଶୁଙ୍କ ସୁରକ୍ଷାକୁ ଲୋକଙ୍କ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ସମ୍ଭାବ୍ୟ ବାତ୍ୟା ‘ଅକବାନ’କୁ ଦୃଷ୍ଟିରେ ରଖି ବିପଦସଙ୍କୁଳ ଅଞ୍ଚଳରେ ରହୁଥିବା ଗର୍ଭବତୀ ମା'ମାନଙ୍କୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଏହାଦ୍ୱାରା ଆବଶ୍ୟକ ସମୟରେ ମା'ମାନଙ୍କୁ ତୁରନ୍ତ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହ ସେମାନଙ୍କର ପ୍ରସବକାଳୀନ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ। The safety of mothers and children remains a top priority in the cyclone preparedness efforts. As a precautionary measure ahead of Cyclone ‘Akban’, pregnant women from vulnerable areas are being safely shifted to nearby Community Health Centres to ensure timely medical care and safe delivery.
3
1
7
4,785
ବାତ୍ୟା ‘ଅକବାନ’ ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟବ୍ୟାପୀ ନଦୀ, ଜଳଭଣ୍ଡାର, ବ୍ୟାରେଜ୍‌ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ୨୪ ଘଣ୍ଟିଆ ନିରୀକ୍ଷଣ ସହ ରାତ୍ରିକାଳୀନ ପାଟ୍ରୋଲିଂ ଜାରି ରହିଛି। କ୍ଷେତ୍ର ପରିଦର୍ଶନ ସହ ଜଳ ନିଷ୍କାସନ ଓ ବନ୍ୟା ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଜାରି ରହିଛି। Round-the-clock monitoring and night patrolling are underway across rivers, reservoirs, barrages and vulnerable locations across the state to tackle Cyclone Akvan and potential flooding. Field inspections and advance preparations for water drainage and flood management are also continuing.
1
2
1
3
7,161
ବାତ୍ୟା ମୁକାବିଲାରେ ଜନସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଲୋକଙ୍କ ସରକାର ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି। ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ODRAF ଟିମ୍‌ ଦ୍ୱାରା ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। The Government is taking all necessary measures to ensure public safety, keeping it as the highest priority in the face of the cyclone. ODRAF teams are evacuating people from vulnerable areas and relocating them to safe shelters to ensure their safety.
4
3
10
4,593
ବାତ୍ୟା ‘ଅକବାନ’ ପ୍ରଭାବରେ ବର୍ଷା ଓ ଅନ୍ଧକାର ମଧ୍ୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟସ୍ଥ ନୂଆ ଗୋଳାବନ୍ଧ ଗ୍ରାମରେ ଉଦ୍ଧାରକାରୀ ଦଳ ପକ୍ଷରୁ ୧୦ଟି ଟାୱାର ଲାଇଟ୍ ସ୍ଥାପନ କରାଯାଇ ଆଲୋକ ବ୍ୟବସ୍ଥା କରାଯାଇଛି। ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ସୁରକ୍ଷା ଓ ଆବଶ୍ୟକୀୟ ସୁବିଧା ଯୋଗାଣକୁ ଗୁରୁତ୍ୱ ଦିଆଯାଉଛି। Amid rain and darkness caused by Cyclone Akvan, rescue teams installed 10 tower lights in Nua Golabandha village near Gopalpur in Ganjam district, ensuring essential lighting. Public safety and essential support remain key priorities during the emergency.
1
12
4,429
ଲୋକଙ୍କ ସରକାରରେ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ। ବାତ୍ୟା 'ଅକବାନ'ର ମୁକାବିଲା ପାଇଁ ରାଜ୍ୟ, ଜିଲ୍ଲା ଓ କେନ୍ଦ୍ରୀୟ ସ୍ତରରେ ସମନ୍ୱୟ ରଖାଯାଇଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ ୪୭ଟି ଟ୍ରେନ୍ ବାତିଲ୍ ଓ ୨୮ଟି ଟ୍ରେନ୍‌ର ସମୟ ପରିବର୍ତ୍ତନ ସହ ଜରୁରୀକାଳୀନ ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ରାଜ୍ୟସ୍ତରୀୟ କଣ୍ଟ୍ରୋଲ୍ ରୁମ୍‌ରେ ୨୪ ଘଣ୍ଟିଆ ତଦାରଖ କରାଯାଉଛି। Public safety remains the top priority. Coordination is being maintained across state, district and central agencies to tackle Cyclone Akvan. For passenger safety, 47 trains have been cancelled and 28 rescheduled. The State Control Room is also maintaining round-the-clock monitoring to ensure a swift response to any emergency.
1
1
10
9,706
ଲୋକଙ୍କ ସରକାରରେ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ। ବାତ୍ୟା 'ଅକବାନ'ର ମୁକାବିଲା ପାଇଁ ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ୬ଟି ଜିଲ୍ଲାର ୯୪୧ଟି ଭୂସ୍ଖଳନ ଆଶଙ୍କାପ୍ରବଣ ଗାଁ ଚିହ୍ନଟ କରାଯାଇଛି। ବିପଦପ୍ରବଣ ଅଞ୍ଚଳରୁ ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତରଣ, ଉଦ୍ଧାରକାର୍ଯ୍ୟ ଓ ଆବଶ୍ୟକୀୟ ସହାୟତା ପାଇଁ ସବୁସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। Preparations for the possible cyclone include strengthening telecom connectivity and identifying 941 landslide-prone villages across six districts. Extensive arrangements are in place for safe evacuation, rescue operations and emergency assistance.
1
1
4
4,981
ଲୋକଙ୍କ ସରକାରରେ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ। ବାତ୍ୟା 'ଅକବାନ'ର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ସହ ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ଓ ଆବଶ୍ୟକୀୟ ସୁବିଧା ଯୋଗାଣ ସହ ୪୧୮ଟି ଉଦ୍ଧାରକାରୀ ଟିମ୍ ନିୟୋଜିତ ହୋଇଛନ୍ତି। ଜୀବନ ରକ୍ଷା ଓ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସବୁସ୍ତରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। Public safety remains the top priority. Over 3 lakh people have been safely evacuated, with essential facilities provided at shelters and 418 rescue teams deployed to ensure a swift response to the possible cyclone.
2
4
11
5,521
ରାଜ୍ୟବାସୀଙ୍କ ସୁରକ୍ଷା ଓ ନିରାପତ୍ତା ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ସମ୍ଭାବ୍ୟ ବାତ୍ୟା ‘ଅକବାନ’ର ସଫଳ ମୁକାବିଲା ନିମନ୍ତେ ପ୍ରଶାସନିକ ପ୍ରସ୍ତୁତିର ପୁନଃସମୀକ୍ଷା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ନାଗରିକଙ୍କ ଧନଜୀବନ ସୁରକ୍ଷିତ ରଖିବା ପାଇଁ ସରକାର ସମସ୍ତ ପ୍ରକାରର ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ସମୀକ୍ଷା ବୈଠକର ପ୍ରମୁଖ ବିଷୟ: ✅ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୨୦ ନଭେମ୍ବର ମଧ୍ୟାହ୍ନରେ ଗୋପାଳପୁର ନିକଟସ୍ଥ ହରିପୁର ଠାରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ✅ ୨୦ଟି ଜିଲ୍ଲାରୁ ୩ ଲକ୍ଷରୁ ଊର୍ଦ୍ଧ୍ୱ ନାଗରିକ ଏବଂ ୪,୧୭୦ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି, ଯେଉଁମାନଙ୍କ ମଧ୍ୟରୁ ୧,୩୧୭ ଜଣ ନବଜାତ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ✅ ସମଗ୍ର ରାଜ୍ୟରେ ୯,୩୪୧ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଥିବା ବେଳେ ତନ୍ମଧ୍ୟରୁ ୨,୬୨୩ଟି କାର୍ଯ୍ୟକ୍ଷମ ହୋଇଛି। ✅ ORSAC ଦ୍ୱାରା ଚିହ୍ନଟ ୬ଟି ଜିଲ୍ଲାର (ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମାଲକାନଗିରି ଓ କୋରାପୁଟ) ୯୪୧ଟି ଭୂ-ସ୍ଖଳନ ପ୍ରବଣ ଗ୍ରାମରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ✅ ତ୍ୱରିତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ନିମନ୍ତେ ୪୧୮ଟି ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି। ✅ ନିରବଚ୍ଛିନ୍ନ ଟେଲି ଯୋଗାଯୋଗ ନିମନ୍ତେ ୧୭ଟି ସାଟେଲାଇଟ୍ ଫୋନ୍ ଏବଂ 'ସେଲ୍ ଅନ୍ ହ୍ୱିଲ୍ସ' ବ୍ୟବସ୍ଥା କରାଯାଇଛି। ✅ ସୁରକ୍ଷା ଦୃଷ୍ଟିରୁ ୪୭ଟି ରେଳଗାଡ଼ି ବାତିଲ କରାଯାଇଥିବା ବେଳେ ୨୮ଟି ରେଳଗାଡ଼ିର ସମୟ ପରିବର୍ତ୍ତନ କରାଯାଇଛି। ✅ ପୁରୀ ଜିଲ୍ଲାପାଳଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରି ହବିଷ୍ୟାଳୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଓଡ଼ିଶା ଉପକୂଳରେ ଫସି ରହିଥିବା ଆନ୍ଧ୍ର ପ୍ରଦେଶର ମତ୍ସ୍ୟଜୀବୀମାନଙ୍କୁ କୋଷ୍ଟଗାର୍ଡ ସହାୟତାରେ ସୁରକ୍ଷିତ ଭାବେ ଗଞ୍ଜାମ ଜିଲ୍ଲାକୁ ଆଣିବା ନିମନ୍ତେ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟବାସୀ ଭୟଭୀତ ନ ହୋଇ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ସମସ୍ତ ସତର୍କତାମୂଳକ ପରାମର୍ଶକୁ ପାଳନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
8
3
32
14,076
ସାମାଜିକ ସୁରକ୍ଷା ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ଅଧିକାର। ଏହି ଅଧିକାରକୁ ସୁନିଶ୍ଚିତ କରିବା ସହ ବୟସ୍କ, ନିରାଶ୍ରୟ, ଭିନ୍ନକ୍ଷମ ଓ ବିଧବାମାନଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ କରିବା ଲୋକଙ୍କ ସରକାରଙ୍କ ସଂକଳ୍ପ। ଅତିରିକ୍ତ ବଜେଟ୍ ୨୦୨୬-୨୭ରେ ସାମାଜିକ ସୁରକ୍ଷା କ୍ଷେତ୍ର ପାଇଁ ₹୭୩୩ କୋଟିର ବ୍ୟୟବରାଦ ଏହି ସଂକଳ୍ପକୁ ଆହୁରି ସୁଦୃଢ଼ କରିବ। Ensuring dignity and security for every eligible citizen, the State Government has allocated ₹733 crore towards social security in the Supplementary Budget 2026–27, strengthening support for the elderly, destitute persons, persons with disabilities and widows. #PeoplesBudget #SamruddhaOdishaBudget #Odisha #supplementarybudget26_27
10
1
22
5,480
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପାହାଡ଼ିଆ ଅଞ୍ଚଳରେ ଉଦ୍ଧାରକାରୀ ଦଳ ପକ୍ଷରୁ ଲୋକଙ୍କୁ ଶୁଖିଲା ରାସନ ବଣ୍ଟନ କରାଯାଇଛି। ବିପର୍ଯ୍ୟୟ ସମୟରେ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ସହ ସେମାନଙ୍କ ଆବଶ୍ୟକତା ପ୍ରତି ଗୁରୁତ୍ୱ ଦିଆଯାଉଛି।
5
33
6,209
ମହିଳାଙ୍କ ସଶକ୍ତିକରଣ ହିଁ ସମୃଦ୍ଧ ଓଡ଼ିଶା ଗଠନର ମୂଳ ଆଧାର। ମହିଳାଙ୍କ ଆର୍ଥିକ ସ୍ୱାବଲମ୍ବନ, ଆତ୍ମନିର୍ଭରତା ଓ ଜୀବନଜୀବିକାକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ଲୋକଙ୍କ ସରକାର ନିରନ୍ତର ପ୍ରୟାସରତ। ଅତିରିକ୍ତ ବଜେଟ୍ ୨୦୨୬-୨୭ରେ ମହିଳା ସଶକ୍ତିକରଣ ପାଇଁ ₹୧,୨୪୭ କୋଟିର ବ୍ୟୟବରାଦ ମହିଳାଙ୍କ ପ୍ରଗତି ଓ ସ୍ୱାବଲମ୍ବନର ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବ। Women’s empowerment is key to a prosperous Odisha. The State Government is committed to strengthening women’s financial independence and self-reliance. The Supplementary Budget 2026–27 allocates ₹1,247 crore towards women’s empowerment, giving further impetus to women-led progress. #PeoplesBudget #SamruddhaOdishaBudget #Odisha #SupplementaryBudget26_27
3
17
4,184
ଓଡ଼ିଶାର ଗୌରବମୟ ଭାଷା, ସମୃଦ୍ଧ ସଂସ୍କୃତି, ପାରମ୍ପରିକ ହସ୍ତତନ୍ତ ଓ ଐତିହ୍ୟର ସୁରକ୍ଷା ସହ ଏହାର ପ୍ରଚାର ଓ ପ୍ରସାର ଲୋକଙ୍କ ସରକାରଙ୍କ ପ୍ରାଥମିକତା । ଅତିରିକ୍ତ ବଜେଟ୍ ୨୦୨୬-୨୭ରେ ଏହି କ୍ଷେତ୍ରଗୁଡ଼ିକର ବିକାଶ ଓ ସମ୍ପ୍ରସାରଣ ପାଇଁ ଗୁରୁତ୍ୱ ଦିଆଯାଇଛି। ଏହା ଆମ ଐତିହ୍ୟକୁ ଆଗାମୀ ପିଢ଼ି ପାଇଁ ସଂରକ୍ଷିତ ରଖିବା ସହ ଓଡ଼ିଶାର ସାଂସ୍କୃତିକ ପରିଚୟକୁ ଆହୁରି ସମୃଦ୍ଧ କରିବ। Preserving Odisha’s rich language, culture, handloom and heritage remains a priority. The Supplementary Budget 2026–27 strengthens efforts to promote our cultural identity and preserve our legacy for future generations.
4
3
12
5,633
ଲୋକଙ୍କ ସରକାରରେ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ସହ ଉଦ୍ଧାର, ରିଲିଫ୍ ଓ ଜରୁରୀକାଳୀନ ସେବାକୁ ସୁଦୃଢ଼ କରାଯାଇଛି। ଆଶ୍ରୟସ୍ଥଳୀ ପ୍ରସ୍ତୁତିଠାରୁ ଆରମ୍ଭ କରି ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତର, ଉଦ୍ଧାରକାରୀ ଟିମ୍ ନିୟୋଜନ ଓ ୨୪ ଘଣ୍ଟିଆ ମନିଟରିଂ ପର୍ଯ୍ୟନ୍ତ ସବୁ ଦିଗରେ ବ୍ୟବସ୍ଥା କରାଯାଇଛି। Public safety remains the highest priority. Extensive preparations are underway to meet the possible cyclone, with a strong focus on rescue, relief and emergency response. From preparing cyclone shelters and evacuating people to deploying rescue teams and ensuring 24-hour monitoring, every necessary measure is being taken to safeguard lives.
ବାତ୍ୟାର ମୁକାବିଲା ସହ ତ୍ୱରିତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାଗୁଡ଼ିକୁ ଆଗୁଆ ₹୨୦.୫୦ କୋଟି ପାଣ୍ଠି ଯୋଗାଇ ଦିଆଯାଇଛି। ଏହାଦ୍ୱାରା ଜରୁରୀକାଳୀନ ସହାୟତା, ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସେବା ତ୍ୱରିତ ଭାବେ ପହଞ୍ଚାଇବା ସହ ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। An advance fund of ₹20.50 crore has been provided to the districts to ensure swift rescue and relief operations in response to the possible cyclone. This will facilitate the timely delivery of emergency assistance, food, drinking water and other essential services, with the safety of people remaining the highest priority.
5
5
36
5,777
ବାତ୍ୟାର ମୁକାବିଲା ସହ ତ୍ୱରିତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାଗୁଡ଼ିକୁ ଆଗୁଆ ₹୨୦.୫୦ କୋଟି ପାଣ୍ଠି ଯୋଗାଇ ଦିଆଯାଇଛି। ଏହାଦ୍ୱାରା ଜରୁରୀକାଳୀନ ସହାୟତା, ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସେବା ତ୍ୱରିତ ଭାବେ ପହଞ୍ଚାଇବା ସହ ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। An advance fund of ₹20.50 crore has been provided to the districts to ensure swift rescue and relief operations in response to the possible cyclone. This will facilitate the timely delivery of emergency assistance, food, drinking water and other essential services, with the safety of people remaining the highest priority.
4
11
2
28
7,845
ଅତିରିକ୍ତ ବଜେଟ୍ ୨୦୨୬-୨୭ ରେ ନୂତନ ଯୋଜନା ଓ ଜନକଲ୍ୟାଣମୂଳକ ପଦକ୍ଷେପ ଓଡ଼ିଶାର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବ । ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା, ସହରୀ ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ନୂଆ ବ୍ୟବସ୍ଥା ସହ ଏହି ବଜେଟ୍ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ସୁଦୃଢ଼ କରିବ। The new initiatives and welfare measures introduced in the Supplementary Budget 2026-27 will further accelerate Odisha’s development. With renewed focus on education, healthcare, food security, urban infrastructure and industrial growth, the budget reinforces the commitment to building a prosperous and developed Odisha. #PeoplesBudget #SamruddhaOdishaBudget #Odisha #SupplementaryBudget26_27
1
3
24
11,171
ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମରେ ଉଦ୍ଧାରକାରୀ ଦଳ ପକ୍ଷରୁ ସଚେତନତା ଓ ସ୍ଥାନାନ୍ତରଣ କାର୍ଯ୍ୟ ଜାରିରହିଛି । ସମ୍ଭାବ୍ୟ ଭୂସ୍ଖଳନ ଓ ଅନ୍ୟାନ୍ୟ ବିପଦର ମୁକାବିଲା ସହ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆଗୁଆ ପଦକ୍ଷେପ ଜାରି ରହିଛି।
3
9
28
6,618