ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସମ୍ପର୍କିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ, ବଲାଙ୍ଗିର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ।
ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ବଲାଙ୍ଗିର ଆଜି ଜିଲ୍ଲାର ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡିକରେ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା ସମାପ୍ତି ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇଥିଲେ।
ଶିଶୁ ସୁରକ୍ଷା ଓ କଲ୍ୟାଣକୁ ପ୍ରାଥମିକତା ଦେଇ ଜିଲ୍ଲାପାଳ, ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରାୟୋଜକତ୍ୱ ଓ ପାଳନ-ଯତ୍ନ ଅନୁମୋଦନ କମିଟି(DSFCAC)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଶିଶୁମାନଙ୍କ ଆବଶ୍ୟକତା ଓ କଲ୍ୟାଣମୂଳକ ପଦକ୍ଷେପ ନେଇ ଆଲୋଚନା କରାଯାଇଥିଲl ।
ବିଶେଷ ସୂଚନା: ଆସନ୍ତା ତା: ୨୧/୦୯/୨୦୨୬ ରିଖ ସୋମବାର ଦିନ ନିମ୍ନ ସୂଚୀ ଅନୁଯାୟୀ ଜିଲ୍ଲା ସ୍ତରୀୟ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ।
@dept_ga
ଜିଲ୍ଲାସ୍ତରରେ ବିଭାଗଗୁଡ଼ିକର ବିଚାରାଧୀନ ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ବୈଠକରେ ଜିଲ୍ଲାପାଳ, ବଲାଙ୍ଗିର ଯୋଗ ଦେଇଥିଲେ l
ଅଦ୍ୟ ତା : ୧୦।୦୯।୨୦୨୬ ରିଖରେ ପ୍ରସ୍ତାବିତ ମେଡିକାଲ କଲେଜ ପାଇଁ ଜମି ସମ୍ବନ୍ଧୀୟ ବିଷୟ ଉପରେ ମାନ୍ୟବର ପ୍ରମୁଖ ଶାସନ ସଚିବ, ନିର୍ମାଣ ବିଭାଗଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ଅନୁଷ୍ଠିତ ସମନ୍ୱୟ ବୈଠକରେ ବଲାଙ୍ଗିର ଜିଲ୍ଲାପାଳ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇଥିଲେ ।
ଜିଲ୍ଲାପାଳ, ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିରରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇ ସଡ଼କ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା, ଦୁର୍ଘଟଣା ହ୍ରାସ ଓ ଟ୍ରାଫିକ ନିୟମର କଡ଼ାକଡ଼ି ପାଳନ ନେଇ ଆଲୋଚନା କରାଯାଇଥିଲା।
ଜିଲ୍ଲାପାଳ, ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ନିରୋଧ ସମ୍ପର୍କିତ ପ୍ରଥମ ତ୍ରୈମାସିକ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ ଓ ଜିଲ୍ଲା ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟି (DCWPC) ବୈଠକ ଅନୁଷ୍ଠିତ ହୋଇଥିଲା।
ଆଜି ରାଜସ୍ୱ ସମ୍ବନ୍ଧୀୟ କାର୍ଯ୍ୟର ସମୀକ୍ଷା କରିବା ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ରାଜସ୍ୱ ଅଧିକାରୀମାନଙ୍କର ଏକ ବୈଠକ ଜିଲ୍ଲାପାଳ, ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ଅଦ୍ୟ ତା : ୦୭।୦୯।୨୦୨୬ ରିଖରେ ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର, ବଲାଙ୍ଗିର ଠାରେ ଜିଲ୍ଲାପାଳ, ବଲାଙ୍ଗିର ଓ ଆରକ୍ଷୀ ଅଧୀକ୍ଷକ, ବଲାଙ୍ଗିରଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।(୧/୨) @dept_ga
ବିଶେଷ ସୂଚନା: ଆସନ୍ତା ତା: ୦୭/୦୯/୨୦୨୬ ରିଖ ସୋମବାର ଦିନ ନିମ୍ନ ସୂଚୀ ଅନୁଯାୟୀ ଜିଲ୍ଲା ସ୍ତରୀୟ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ।
@dept_ga
ଜିଲ୍ଲାପାଳ, ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା, କଲ୍ୟାଣ ଓ ସମ୍ପୃକ୍ତ ବିଭିନ୍ନ ସମସ୍ୟା ଉପରେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା।@LESIOdisha
ପବିତ୍ର ଜନ୍ମାଷ୍ଟମୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ମୁଖ୍ୟମନ୍ତ୍ରୀ କିଷାନ' ଯୋଜନାର ପଞ୍ଚମ କିସ୍ତି ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି ଅବସର ରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ବଲାଙ୍ଗିର ଯୋଗ ଦେଇଥିଲେ।
ଅଦ୍ୟ ତା: ୦୩/୦୯/୨୦୨୬ ରିଖ ରେ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଶୂନ୍ୟ ମୃତ୍ୟୁ ସପ୍ତାହ ସଫଳ ପାଳନ ପାଇଁ ପ୍ରସ୍ତୁତି ବୈଠକ ରେ ଜିଲ୍ଲାପାଳ, ବଲାଙ୍ଗିର OSWAN ପ୍ଲାଟଫର୍ମ ମାଧ୍ୟମରେ ଯୋଗ ଦେଇଥିଲେ।
ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ବଲାଙ୍ଗିରଠାରେ ମାନ୍ୟବର ବଲାଙ୍ଗିର ସାଂସଦଙ୍କ ଅଧ୍ୟକ୍ଷତାରେ ୨୦୨୬-୨୭ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଜିଲ୍ଲା ବିକାଶ ସମନ୍ୱୟ ଓ ତଦାରଖ କମିଟି (ଦିଶା) ବୈଠକ ଜିଲ୍ଲାପାଳ, ବଲାଙ୍ଗିରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ।
ଅଦ୍ୟ ତା : ୩୧।୦୮।୨୦୨୬ ରିଖରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଦେଓଗାଁ ଠାରେ ଜିଲ୍ଲାପାଳ, ବଲାଙ୍ଗିର ଓ ଆରକ୍ଷୀ ଅଧୀକ୍ଷକ, ବଲାଙ୍ଗିରଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।(୧/୨)
@dept_ga
ଅଦ୍ୟ ତା : ୩୧।୦୮।୨୦୨୬ ରିଖରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଦେଓଗାଁ ଠାରେ ଜିଲ୍ଲାପାଳ, ବଲାଙ୍ଗିର ଓ ଆରକ୍ଷୀ ଅଧୀକ୍ଷକ, ବଲାଙ୍ଗିରଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।(୧/୨)
@dept_ga