ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ,ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଜନନେତା ଉତ୍କଳ କେଶରୀ ଡଃ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀରେ ଶ୍ରଦ୍ଧା ସୁମନ ଅର୍ପଣ କରୁଛି l
#HarekrushnaMahtab – at Belagachhia, India
'रमन प्रभाव' के जनक, नोबेल पुरस्कार से सम्मानित, महान वैज्ञानिक, 'भारत रत्न' सर सी.वी. रमन जी की पुण्यतिथि पर विनम्र श्रद्धांजलि अर्पित करता हूँ!
भारत को विज्ञान एवं तकनीकी रूप से मजबूत बनाने में आपका अतुलनीय योगदान सदैव अविस्मरणीय रहेगा। चरणों में प्रणाम! – at Belagachhia, India
1
12
ଚିକିଟି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସମୁଦ୍ର କୂଳବର୍ତ୍ତୀ ବାତ୍ୟା ଆଶ୍ରୟ ସ୍ଥଳୀରେ ପହଁଞ୍ଚି ଲୋକଙ୍କ ସହ ସାକ୍ଷାତ କରିବା ସହ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ସେମାନଙ୍କୁ ଅବଗତ କରାଇଲି। – at Bhubaneshwar, India
ଆଗାମୀ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଚିକିଟି ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଲୋକମାନଙ୍କୁ ସଚେତନ କରାଇବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କଲି। ବିଶେଷକରି ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ଜନସାଧାରଣ ଭୟଭୀତ ନହୋଇ ସତର୍କ ରହିବା ସହ ପ୍ରଶାସନ ପକ୍ଷରୁ ଜାରି ହେଉଥିବା ନିର୍ଦ୍ଦେଶାବଳୀକୁ ଅନୁପାଳନ କରିବାକୁ ନିବେଦନ କଲି।
ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ଏହି ବିପଦ ସମୟରେ ସମସ୍ତେ ସଚେତନ ଓ ସହଯୋଗୀ ହୋଇ ରହିବା ସହ ଜରୁରୀ ପରିସ୍ଥିତିରେ ପ୍ରଶାସନ ଓ ଉଦ୍ଧାରକାରୀ ଦଳକୁ ସହଯୋଗ କରନ୍ତୁ। ସତର୍କତା ହିଁ ସୁରକ୍ଷାର ପ୍ରଥମ ପଦକ୍ଷେପ। – at Bhubaneshwar, India
ଆଜି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ସଦସ୍ୟବୃନ୍ଦଙ୍କ ସହ ଗୃହ କାର୍ଯ୍ୟରେ ଯୋଗଦେଲି। ଗଣତନ୍ତ୍ରର ଏହି ପବିତ୍ର ମନ୍ଦିରର ଗରିମା ଓ ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖି ରାଜ୍ୟର ସ୍ୱାର୍ଥ ସମ୍ବଳିତ ବିଷୟଗୁଡ଼ିକ ଉପରେ ସାରଗର୍ଭକ ଆଲୋଚନା ଓ ଗଠନମୂଳକ ବିତର୍କ ପାଇଁ ଆମେ ପ୍ରତିବଦ୍ଧ।
ରାଜ୍ୟବାସୀଙ୍କ ଆଶା, ଆକାଂକ୍ଷା ଓ ସ୍ୱପ୍ନକୁ ସମ୍ମାନ ଦେବା ସହ ଚିକିଟି ସମେତ ସମଗ୍ର ଓଡ଼ିଶାର ବିକାଶ, ଜନକଲ୍ୟାଣ ଓ ଲୋକାଭିମୁଖୀ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆମର ପ୍ରାଥମିକତା। ଏକ ଶିଳ୍ପୋନ୍ନତ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଆମର ପ୍ରୟାସ ନିରନ୍ତର ଜାରି ରହିବ।
ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ପରିବାରଙ୍କୁ ତ୍ୱରିତ ସହାୟତା ଯୋଗାଇଦେବା ନିମନ୍ତେ ରାଜ୍ୟ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଜନକଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଜୀଙ୍କ ନିଷ୍ପତ୍ତିକ୍ରମେ କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାର ସମସ୍ତ ବ୍ଲକ୍ର ଯୋଗ୍ୟ ପ୍ରଭାବିତ ପରିବାରଙ୍କୁ ପରିବାର ପିଛା ୫୦ କେଜି ଚାଉଳ ସହ ୨,୫୦୦ ଟଙ୍କାର ଜରୁରୀକାଳୀନ ରିଲିଫ୍ ସହାୟତା ପ୍ରଦାନ କରାଯିବ।
ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ସହ ଠିଆ ହେବା ଓ ସେମାନଙ୍କ ଦୁଃଖଦୁର୍ଦ୍ଦଶାକୁ ଦୂର କରିବା ଆମ ସରକାରଙ୍କ ପ୍ରାଥମିକତା। ଏହି ସହାୟତା ଯେପରି ଯୋଗ୍ୟ ପରିବାରଙ୍କ ନିକଟରେ ସ୍ୱଚ୍ଛ, ସୁବ୍ୟବସ୍ଥିତ ଓ ସମୟୋଚିତ ଭାବେ ପହଞ୍ଚିବ, ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି। ବିପଦ ସମୟରେ ଲୋକଙ୍କ ପାଖରେ ସରକାରଙ୍କ ସହଯୋଗ ଓ ସମ୍ବେଦନଶୀଳତା ପହଞ୍ଚାଇବା ହିଁ ପ୍ରକୃତ ଜନସେବାର ପରିଚୟ।
@MohanMOdisha #arnab #Cyclone – at Bhubaneshwar, India
ଆମ ଦଳର ବରିଷ୍ଠ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବରର ସାଂସଦ ଶ୍ରୀ @pcsarangi ମହୋଦୟଙ୍କ ଜନ୍ମଦିନରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କ ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରୁଛି । – at Bhubaneshwar, India
693
India Welcomes Its 100th Grandmaster!♟️
Heartiest congratulations to Anuj Shrivatri on winning the 7th ASEAN Plus Individual Open Chess Championship in the Philippines and becoming India’s 100th Grandmaster!
This phenomenal achievement marks a proud milestone for Indian chess. May you continue to make India proud with many more victories on the global chessboard!
#AnujShrivatri #IndianChess #Grandmaster – at Bhubaneshwar, India
1
536
Manoranjan Dyan Samantara retweeted
India has hit a century in chess!
Exceptional isn’t it?
India is now home to a hundred chess Grandmasters!
Congratulations to Anuj Shrivatri on becoming India’s 100th Chess Grandmaster! What a wonderful achievement it is.
India reaching 100 Grandmasters is a remarkable milestone that reflects the immense talent, dedication and hard work of our players as well as the growing popularity of chess among our youth.
It is particularly heartening to see young chess talents emerging from different parts of the country and making their mark on the global stage.
May this achievement inspire many more youngsters to take up chess and pursue excellence.
Manoranjan Dyan Samantara retweeted
ଓଡ଼ିଶାର ଜନସାଧାରଣଙ୍କ ସାମାଜିକ ସୁରକ୍ଷା ଓ ସମ୍ମାନଜନକ ଜୀବନଧାରଣକୁ ଆମ ସରକାର ସର୍ବଦା ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛନ୍ତି। ଭତ୍ତା ପାଇଁ ଦୀର୍ଘ ଦିନର ଅପେକ୍ଷା ଓ ଅସୁବିଧାକୁ ଦୂର କରିବା ଲାଗି ପ୍ରଶାସନିକ ବ୍ୟବସ୍ଥାରେ ଏକ ବଡ଼ ସଂସ୍କାର ଅଣାଯାଇ ଭତ୍ତା ପ୍ରଦାନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ସରଳ ଓ ସୁଗମ କରାଯାଇଛି।
ଚଳିତ ବଜେଟରେ ମଧୁବାବୁ ପେନସନ ଯୋଜନାରେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କୁ ସାମିଲ କରିବା ପାଇଁ ମୁଁ ଯେଉଁ ଘୋଷଣା କରିଥିଲି, ଆଜି ତାହା ବାସ୍ତବ ରୂପ ନେବାକୁ ଯାଉଛି। ଏଣିକି ଆଉ ଭତ୍ତା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ; ଆବେଦନ ମଞ୍ଜୁର ହେବାର ପରବର୍ତ୍ତୀ ମାସରୁ ହିଁ ଯୋଗ୍ୟ ହିତାଧିକାରୀଙ୍କୁ ସିଧାସଳଖ ତାଙ୍କ ପ୍ରାପ୍ୟ ପ୍ରଦାନ କରାଯିବ।
ଏହି କ୍ରମରେ ଆଜି ବାଲେଶ୍ୱରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବର୍ଷ ବର୍ଷ ଧରି ଅପେକ୍ଷାରେ ଥିବା ରାଜ୍ୟର ଆଉ ୫ ଲକ୍ଷରୁ ଊର୍ଦ୍ଧ୍ଵ ଯୋଗ୍ୟ ବ୍ୟକ୍ତିଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରିବା ସହ ଅକ୍ଟୋବର ମାସରୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ ପୂର୍ବକ ଏହି ନୂତନ ବ୍ୟବସ୍ଥାର ଶୁଭାରମ୍ଭ କରିବି।
#PensionForAll
#କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #promisedelivered
माँ भारती के सच्चे सेवक, भारतीय मजदूर संघ, स्वदेशी जागरण मंच, भारतीय किसान संघ के संस्थापक, श्रद्धेय दत्तोपंत ठेंगड़ी जी की जयंती पर कोटि-कोटि नमन करता हूँ!
राष्ट्र की सेवा, किसानों के कल्याण एवं अंत्योदय के उत्थान के आपके प्रयास हम सबको सदैव देश व समाज की उन्नति के कार्यों के लिए प्रेरित करते रहेंगे। चरणों में प्रणाम! – at Bhubaneshwar, India
1
312
Manoranjan Dyan Samantara retweeted
ସାମାଜିକ ନ୍ୟାୟ ଓ ଲୋକକଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ, ରାଜ୍ୟ ସରକାର ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ ବ୍ୟବସ୍ଥାରେ ଏକ ବଡ଼ ସଂସ୍କାର ଆଣିଛନ୍ତି। ନୂତନ ବ୍ୟବସ୍ଥା ଅନୁଯାୟୀ, ଏଣିକି ଯୋଗ୍ୟ ଆବେଦନକାରୀଙ୍କୁ ଆବେଦନର ପରବର୍ତ୍ତୀ ମାସରୁ ହିଁ ନିୟମିତ ଭାବେ ଭତ୍ତା ପ୍ରଦାନ କରାଯିବ।
ଆସନ୍ତାକାଲି ବାଲେଶ୍ୱରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିବେ।
#PensionForAll
#କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #PromiseDelivered
Manoranjan Dyan Samantara retweeted
A week of impactful decisions, people-centric initiatives and transformative developments, bringing Odisha closer to the vision of Viksit Odisha and Samruddha Odisha.
From strengthening disaster response and boosting investments to empowering farmers, improving urban mobility and advancing inclusive welfare, every step reflects a commitment to a prosperous and progressive Odisha.
ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିବାବେଳେ ଅନେକ ପରିବାରଙ୍କ ଜୀବନ ଓ ଜୀବିକା ଗଭୀର ଭାବେ ପ୍ରଭାବିତ ହୋଇଛି। ଏଭଳି ଦୁର୍ଦ୍ଦିନରେ ବନ୍ୟା ବିପନ୍ନ ଭାଇଭଉଣୀଙ୍କ ପାଖରେ ଠିଆ ହୋଇ ସେମାନଙ୍କ ଦୁଃଖରେ ସହଭାଗୀ ହେବା ଆମ ସମସ୍ତଙ୍କ ମାନବୀୟ କର୍ତ୍ତବ୍ୟ।
ଏହି ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାର ବନ୍ୟା ବିପନ୍ନଙ୍କ ରିଲିଫ୍ ଓ ସହାୟତା କାର୍ଯ୍ୟରେ ମୋର ସାମାନ୍ୟ ଯୋଗଦାନ ସ୍ୱରୂପ ନିଜର ଏକ ମାସର ଦରମା ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି। ଏହି ଅର୍ଥରାଶି ବିପନ୍ନ ପରିବାରଙ୍କ ଆବଶ୍ୟକୀୟ ସହାୟତା ଓ ରିଲିଫ୍ କାର୍ଯ୍ୟରେ ବିନିଯୋଗ ହେବ।
ଜଣେ ଜନପ୍ରତିନିଧି ଭାବେ ଜନସାଧାରଣଙ୍କ ସୁଖରେ ନୁହେଁ, ସେମାନଙ୍କ ଦୁଃଖ ଓ ବିପଦ ସମୟରେ ମଧ୍ୟ ସେମାନଙ୍କ ସହ ରହିବା ମୋର ପ୍ରାଥମିକତା। ଏହି ସଙ୍କଟ ସମୟରେ ଗଞ୍ଜାମବାସୀଙ୍କୁ ଧୈର୍ଯ୍ୟ ଓ ସାହସ ରଖିବାକୁ ଅନୁରୋଧ କରୁଛି। ଆମ ସମସ୍ତଙ୍କ ସାମୂହିକ ସହଯୋଗ ଓ ଉଦ୍ୟମରେ ଜିଲ୍ଲା ପୁଣିଥରେ ସ୍ୱାଭାବିକ ସ୍ଥିତିକୁ ଫେରିବ ବୋଲି ମୋର ଦୃଢ଼ ବିଶ୍ୱାସ। – at Bhubaneshwar, India
ରାଜନୀତିରେ ସେବା, ସମର୍ପଣର ପ୍ରତୀକ, ଆମ ସମସ୍ତଙ୍କ ମାର୍ଗଦର୍ଶକ ତଥା ପ୍ରେରଣାର ଉତ୍ସ, ଦେଶର ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ‘ଭାରତ ରତ୍ନ’ରେ ସମ୍ମାନିତ ଶ୍ରଦ୍ଧେୟ ଶ୍ରୀ ଲାଲକୃଷ୍ଣ ଆଡ଼ଭାନୀଜୀଙ୍କୁ ତାଙ୍କର ୧୦୦ତମ ଜନ୍ମଦିବସ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
ନିଜର ଦୀର୍ଘ ସାର୍ବଜନୀନ ଜୀବନରେ ଆଡ଼ଭାନୀଜୀ ରାଜନୈତିକ ଶୁଚିତା, ନିଷ୍ଠା, ସମର୍ପଣ ଓ ଦକ୍ଷ ନେତୃତ୍ୱର ନୂତନ ମାନଦଣ୍ଡ ସ୍ଥାପନ କରିଛନ୍ତି। ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ଓ ଅବିସ୍ମରଣୀୟ।
ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାଠାରୁ ଆରମ୍ଭ କରି ଏହାକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବା ସହ ଏକ ସଶକ୍ତ ରାଜନୈତିକ ସଂଗଠନ ଭାବେ ପ୍ରତିଷ୍ଠିତ କରିବାରେ ତାଙ୍କର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ନିଜର କର୍ମମୟ ଜୀବନ ଓ ବ୍ୟକ୍ତିତ୍ୱ ମାଧ୍ୟମରେ ସେ ଭାରତୀୟ ରାଜନୀତିକୁ ଏକ ନୂତନ ଦିଗ ଓ ଉଚ୍ଚତା ପ୍ରଦାନ କରିଛନ୍ତି।
ଜନସେବା ପ୍ରତି ସମର୍ପିତ ତାଙ୍କର ଜୀବନ, ବିଚାରଧାରା ଓ ଆଦର୍ଶ ଆଗାମୀ ପିଢ଼ି ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ଜୀବନ କାମନା କରୁଛି।
#lalkrishnaadvani
‘ବନ୍ଦେ ମାତରମ୍’ – ଭାରତର ଜାତୀୟ ଚେତନାର ସେହି ଅମର ସ୍ୱର, ଯାହା ସ୍ୱାଧୀନତା ସଂଗ୍ରାମ ସମୟରେ ଅସଂଖ୍ୟ ଦେଶବାସୀଙ୍କୁ ମାତୃଭୂମିର ମୁକ୍ତି ପାଇଁ ପ୍ରେରଣା ଯୋଗାଇଥିଲା।
ପରାଧୀନତା ସମୟରେ ପ୍ରତିରୋଧର ମନ୍ତ୍ର ପାଲଟିଥିବା ‘ବନ୍ଦେ ମାତରମ୍’ ଆଜି ମଧ୍ୟ ରାଷ୍ଟ୍ର ପ୍ରତି ସମର୍ପଣ, ସାଂସ୍କୃତିକ ଅସ୍ମିତା ଓ ଜାତୀୟ ଏକତାର ଭାବନାକୁ ପ୍ରକାଶ କରୁଛି।
#VandeMataram
ଆଜି ଚିକିଟି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ପାତ୍ରପୁର ବ୍ଲକର ସାମନ୍ତିଆପଲି ସ୍ଥିତ ମହନ୍ତ ଶ୍ରୀ ପାରାଙ୍କୁଶ ବିଦ୍ୟାପୀଠ ଠାରେ ଆୟୋଜିତ ବ୍ଲକସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମରେ ମୋର ଧର୍ମ ପତ୍ନୀ ଶ୍ରୀମତୀ @MeenaSahoo ଙ୍କ ସହ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉତ୍ସାହ, ପ୍ରତିଭା ଓ ସୃଜନଶୀଳତାକୁ ନିକଟରୁ ଦେଖିବାର ସୁଯୋଗ ପାଇଲି।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ପ୍ରତିଭାଙ୍କୁ ପୁରସ୍କୃତ କଲି ।
‘ସୁରଭି’ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ଆତ୍ମବିଶ୍ୱାସ ବୃଦ୍ଧିର ଏକ ସୁନ୍ଦର ମଞ୍ଚ। ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ କୁନି ପ୍ରତିଭାଙ୍କୁ ମୋର ଶୁଭେଚ୍ଛା ଓ ଉଜ୍ଜ୍ୱଳ ଭବିଷ୍ୟତର କାମନା ଜଣାଉଛି।
































