କୋଦଳାର ମରାଠୀ ସାହିରେ ବନ୍ୟାଜଳରେ ଫସିଥିବା ୩୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର
📍କୋଦଳା, ଗଞ୍ଜାମ | ୨୦ ନଭେମ୍ବର ୨୦୨୬
ବାତ୍ୟା ‘ଅକ୍ୱାନ୍’ ପ୍ରଭାବରେ ଲଗାଣ ବର୍ଷା ପାଇଁ କୋଦଳାର ମରାଠୀ ସାହି ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଥିଲା ।
1
2
607
ଖବର ପାଇବା ମାତ୍ରେ କୋଦଳା ଅଗ୍ନିଶମ କେନ୍ଦ୍ରର ଟିମ୍ ସ୍ଥାନୀୟ ପୋଲିସ, ଉପ-ଜିଲ୍ଲାପାଳ ଓ NAC ପ୍ରଶାସନର ସହଯୋଗରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ବନ୍ୟାଜଳରେ ଫସିଥିବା ୩୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ।
ସମସ୍ତ ଉଦ୍ଧାର ବ୍ୟକ୍ତିଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯଇଛି ।
1
43
ବାତ୍ୟା ସମୟରେ କୌଣସି ଜରୁରୀକାଳୀନ ସହାୟତା ପାଇଁ ୧୧୨କୁ କଲ୍ କରନ୍ତୁ ।
#CycloneAkvan #OdishaFireService #RescueOperation #Ganjam
30
ବନ୍ୟାଜଳରେ ଫସିଥିବା ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର
📍କଳିଙ୍ଗ ବିହାର, ଦୁରା, ବ୍ରହ୍ମପୁର 🗓️୨୦ ନଭେମ୍ବର ୨୦୨୬
ବାତ୍ୟା ‘ଅକ୍ୱାନ୍’ ପ୍ରଭାବରେ ହେଉଥିବା ଲଗାଣ ବର୍ଷା ଜଳ ମଧ୍ୟରେ କଳିଙ୍ଗ ବିହାର, ଦୁରା ଅଞ୍ଚଳରେ ଫସିଥିବା ଏକ ପରିବାରର ୮ ଜଣ ସଦସ୍ୟଙ୍କୁ
ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର ବ୍ରହ୍ମପୁର ଷ୍ଟ୍ରାଇକିଂ ଫାୟାର ଫୋର୍ସର ଉଦ୍ଧାରକାରୀ ଦଳ ଡଙ୍ଗା ସାହାଯ୍ୟରେ ସୁରକ୍ଷିତ ଉଦ୍ଧାର କରିଛନ୍ତି ।
ଉଦ୍ଧାର ପରେ ପରିବାରର ସମସ୍ତ ସଦସ୍ୟ ସୁରକ୍ଷିତ ଅଛନ୍ତି ।
ବାତ୍ୟା ସମୟରେ ଜରୁରୀକାଳୀନ ସହାୟତା ପାଇଁ ୧୧୨କୁ କଲ୍ କରନ୍ତୁ।
#CycloneAkvan #OdishaFireService #RescueOperation
60
ପୋଲସରା, ଗଞ୍ଜାମ | ୨୦ ନଭେମ୍ବର ୨୦୨୬
ବାତ୍ୟା ‘ଅକ୍ୱାନ୍’ ପ୍ରଭାବରେ ଲଗାତାର ବର୍ଷା ଯୋଗୁଁ ରାଣୀପଡ଼ା, ପୋଲସରା ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ପୋଲସରା ଅଗ୍ନିଶମ କେନ୍ଦ୍ରର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଜଳ ନିଷ୍କାସନ କାର୍ଯ୍ୟ ଜାରି ରଖିଛନ୍ତି ।
1
1
367
ବାତ୍ୟା ସମୟରେ ଜରୁରୀକାଳୀନ ସହାୟତା ପାଇଁ ୧୧୨କୁ କଲ୍ କରନ୍ତୁ ।
#CycloneAkvan #OdishaFireService #DewateringOperation #Ganjam
37
ବାତ୍ୟା ‘ଅକ୍ୱାନ୍’ ପ୍ରଭାବରେ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ପୁରୀର ବାସେଳୀ ସାହି ଥାନା ଅଞ୍ଚଳରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର ଟିମ୍ ଜଳ ନିଷ୍କାସନ କାର୍ଯ୍ୟ କରୁଛନ୍ତି । ଏହି ଅଞ୍ଚଳରୁ ଜଳ ନିଷ୍କାସନ କରି ଜନସାଧାରଣଙ୍କୁ ଆଶ୍ୱସ୍ତି ପ୍ରଦାନ ପାଇଁ ଅଗ୍ନିଶମ ବାହିନୀ ତତ୍ପରତାର ସହ କାର୍ଯ୍ୟ ଜାରି ରଖିଛି ।
1
1
137
ବାତ୍ୟା ସମୟରେ ଜରୁରୀକାଳୀନ ସହାୟତା ପାଇଁ ୧୧୨କୁ କଲ୍ କରନ୍ତୁ ।
#CycloneAkvan #OdishaFireService #DewateringOperation #Puri
39
ଗଜପତି ଜିଲ୍ଲା ମୋହନାତନୟ ନଦୀ ଉପରେ ଥିବା ମଛମୋରା ସେତୁ ନିକଟରେ ଉପୁଡ଼ି ପଡ଼ିଥିବା ଗଛ ଜଳପ୍ରବାହରେ ବାଧା ସୃଷ୍ଟି କରିବା ସହ ସମ୍ଭାବ୍ୟ ବିପଦର ଆଶଙ୍କା ରହିଥିଲା।
ଏହି ପରିସ୍ଥିତିରେ ପାରଳାଖେମୁଣ୍ଡି ଅଗ୍ନିଶମ ଓ ଜରୁରୀକାଳୀନ ସେବାର ୨ଟି ଟିମ୍ ଘଟଣାସ୍ଥଳରେ ମୁତୟନ ହୋଇ ଗଛ କାଟିବା ଓ
ଭଗ୍ନାବଶେଷ ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି, ଯାହାଦ୍ୱାରା ଜଳପ୍ରବାହକୁ ସ୍ୱାଭାବିକ କରାଯାଇପାରିବ। ଏହି କାର୍ଯ୍ୟର ତଦାରଖ ତହସିଲଦାର, ପାରଳାଖେମୁଣ୍ଡି ଏବଂ ସହକାରୀ ଅଗ୍ନିଶମ ଅଧିକାରୀଙ୍କ ଦ୍ୱାରା କରାଯାଉଛି, ଯାହାଦ୍ୱାରା କାର୍ଯ୍ୟଟି ସୁରକ୍ଷିତ ଓ ସମୟୋଚିତ ଭାବେ ସମ୍ପନ୍ନ ହୋଇପାରିବ ।
1
37
ବାତ୍ୟା ସମୟରେ କୌଣସି ଜରୁରୀକାଳୀନ ସହାୟତା ପାଇଁ ୧୧୨କୁ କଲ୍ କରନ୍ତୁ ।
#CycloneAkvan #OdishaFireService #EmergencyResponse
17
ଚମ୍ପେଶ୍ୱର, କଟକ | ୨୦ ନଭେମ୍ବର ୨୦୨୬
ବାତ୍ୟା ‘ଅକ୍ୱାନ୍’ ପ୍ରଭାବରେ କାନପୁର ଥାନା ଅନ୍ତର୍ଗତ ଚମ୍ପେଶ୍ୱରରେ ରାସ୍ତା ଉପରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।
1
157
ଖବର ପାଇବା ମାତ୍ରେ ବାଲିଝାରୀ ଅଗ୍ନିଶମ କେନ୍ଦ୍ରର ଟିମ୍ ଘଟଣାସ୍ଥଳରେ ପହଞ୍ଚି ପଡ଼ିଥିବା ଗଛକୁ କାଟି ହଟାଇବା ସହ ରାସ୍ତା ସଫା କରି ଯାତାୟାତ ପୁନଃ ସ୍ୱାଭାବିକ କରିଥିଲେ ।
ବାତ୍ୟା ସମୟରେ କୌଣସି ଜରୁରୀକାଳୀନ ସହାୟତା ପାଇଁ ୧୧୨କୁ କଲ୍ କରନ୍ତୁ ।
#CycloneAkvan #OdishaFireService #RoadClearance #TreeCutting
46
ବାତ୍ୟା ‘ଅକ୍ୱାନ୍’ ପ୍ରଭାବରେ ଲଗାତାର ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବଜାର, ବିରଞ୍ଚିପୁର, ବୁଗୁଡ଼ା ଏବଂ କାନିସିସ୍ଥିତ ODRP କଲୋନୀରୁ ଜଳ ନିଷ୍କାସନ ପାଇଁ ଅନୁରୋଧ ପ୍ରାପ୍ତ ହୋଇଥିଲା । ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର ଟିମ୍ଗୁଡ଼ିକ ବିଭିନ୍ନ ସ୍ଥାନରେ ପହଞ୍ଚି ଜଳ ନିଷ୍କାସନ କାର୍ଯ୍ୟ ସଫଳତାର ସହ ଶେଷ କରିଛନ୍ତି ।
ଜନସାଧାରଣଙ୍କ ସୁରକ୍ଷା ଓ ଜଳବନ୍ଦୀ ସମସ୍ୟାର ନିରାକରଣ ପାଇଁ ଅଗ୍ନିଶମ ବାହିନୀ ନିରନ୍ତର ତତ୍ପର ରହିଛି।
ବାତ୍ୟା ସମୟରେ କୌଣସି ଜରୁରୀକାଳୀନ ସହାୟତା ପାଇଁ ୧୧୨କୁ କଲ୍ କରନ୍ତୁ ।
#CycloneAkvan #OdishaFireService #DewateringOperation #EmergencyResponse #Ganjam
41





