ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଛାତ୍ରଙ୍କ ଆନ୍ଦୋଳନ ତୀବ୍ର!ଡିଏଭି ମହାବିଦ୍ୟାଳୟରେ ୨୦୨୬ ଛାତ୍ର ସଂସଦ ନିର୍ବାଚନ ବର୍ଜନ ନିଷ୍ପତ୍ତି ନେଲା ଷ୍ଟୁଡେଣ୍ଟ ଆକ୍ସନ କମିଟି। ଦାବି ପୂରଣ ନହେଲେ ନିର୍ବାଚନରେ ଭାଗ ନେବେନି ଛାତ୍ରଛାତ୍ରୀ। #Titilagarh #TitilagarhNews #OdishaNews #StudentUnionElection #DAVCollege #Odisha
ହଠାତ୍ ଲୋକଭବନରେ ମୋହନ ମାଝୀ!
ରାଜ୍ୟପାଳ ହରି ବାବୁ କମ୍ଭମପାଟିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକୁ ନେଇ ବଢ଼ିଲା ଚର୍ଚ୍ଚା। ଛାତ୍ର ସଂସଦ ନିର୍ବାଚନ ନା ଅନ୍ୟ କୌଣସି ପ୍ରସଙ୍ଗ? ସାକ୍ଷାତର ପ୍ରକୃତ କାରଣ ନେଇ ଅପେକ୍ଷା ଆଧିକାରିକ ସୂଚନାକୁ।
#MohanCharanMajhi #OdishaPolitics #LokBhavan #OdishaNews #OdishaGovernor
ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ନବୀନଙ୍କ ରଣହୁଙ୍କାର !
ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ୍ କରିବା ସହ କର୍ମୀଙ୍କୁ ଘରେ ଘରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବାକୁ ଆହ୍ୱାନ ଦେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ।
#NaveenPatnaik #BJD #OdishaPolitics #JanSamparkPadyatra #DoubleEngineSarkar #OdishaNews #Bhubaneswar
ଓଡ଼ିଶାର ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ !
ଘଡ଼ଘଡ଼ି, ବର୍ଷା ଓ ବଜ୍ରପାତ ସହ ୩୦–୪୦ କିମି ବେଗରେ ଝଡ଼ପବନ ଆଶଙ୍କା । ଦିନ ତାପମାତ୍ରା ମଧ୍ୟ କମିପାରେ। ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ରୁହନ୍ତୁ ।
#OdishaWeather #YellowWarning #OdishaNews #RainAlert #Thunderstorm #LightningAlert #WeatherUpdate #IMD
ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ INDIA ମେଣ୍ଟର ଶକ୍ତି ପ୍ରଦର୍ଶନ !
SIR ପ୍ରକ୍ରିୟାକୁ ନେଇ ଆପତ୍ତି ଉଠାଇ ରାଷ୍ଟ୍ରପତି ଭବନ ଅଭିମୁଖେ ପଦଯାତ୍ରା ଯୋଜନା କରିଛନ୍ତି ବିରୋଧୀ ସାଂସଦ। ନଭେମ୍ବର ୧ରେ ରାମଲୀଳା ମୈଦାନରେ ସମାବେଶ ଯୋଜନା।
#INDIABloc #GyaneshKumar #SIR #ElectionCommission #Congress #RahulGandhi #DelhiNews
୮ ବର୍ଷ ପରେ କ୍ୟାମ୍ପସକୁ ଫେରିଲା ଛାତ୍ର ରାଜନୀତି !
ଆଜିଠୁ ନାମାଙ୍କନ
ଅକ୍ଟୋବର ୧୫ରେ ମତଦାନ
ଶିକ୍ଷା, ହଷ୍ଟେଲ ସମସ୍ୟା ଓ ଛାତ୍ରଛାତ୍ରୀଙ୍କ ଅଧିକାର ଏଥର ହୋଇପାରେ ପ୍ରମୁଖ ପ୍ରସଙ୍ଗ। କାହାକୁ ବାଛିବେ ଛାତ୍ରଛାତ୍ରୀ ?
#StudentElection2026 #StudentPolitics #CollegeElection #OdishaNews #CampusNews #StudentUnion
ରାହୁଲ ଗାନ୍ଧୀଙ୍କ ନାଁରେ FIR !
ଦିଲ୍ଲୀରେ INDIA ବ୍ଲକ୍ର SIR ବିରୋଧୀ ପ୍ରତିବାଦ ପରେ ବଡ଼ ଆକ୍ସନ୍ । ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନ୍ୟ ନେତାଙ୍କ ବିରୋଧରେ ମାମଲା । ପ୍ରତିବାଦରେ ୯୧ ଜଣ ଅଟକ ଥିବା ପୋଲିସର ସୂଚନା। ଏବେ ତଦନ୍ତ ଉପରେ ନଜର ।
#RahulGandhi #PriyankaGandhi #INDIABloc #DelhiNews #FIR #SIR
ହିଞ୍ଜିଳିରେ କଂଗ୍ରେସ-ବିଜେପି ମୁହାଁମୁହିଁ !
ଓଡ଼ିଶା ବନ୍ଦ ବେଳେ ଗଞ୍ଜାମ ହିଞ୍ଜିଳିରେ ଉତ୍ତେଜନା। ଗ୍ୟାସ୍ ସିଲିଣ୍ଡର ବୋଝେଇ ଗାଡ଼ିକୁ ଯିବାକୁ ଦେବାକୁ ନେଇ କଥାକଟାକଟିରୁ କଂଗ୍ରେସ-ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଅଭିଯୋଗ।
#OdishaBandh #Hinjili #Ganjam #Congress #BJP #OdishaPolitics #BreakingNews
୪ ଦଫା ଦାବିରେ ଓଡ଼ିଶା ବନ୍ଦ, ରାଜରାସ୍ତାରେ ବିରୋଧୀଙ୍କ ପ୍ରତିବାଦ!କଣ୍ଟାପଡ଼ା ବରାହିପୁରଛକରେ କଂଗ୍ରେସର ରାସ୍ତାରୋକ। MMDR ସଂଶୋଧନ ପ୍ରତ୍ୟାହାର, SIRପ୍ରସଙ୍ଗରେ ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି। #OdishaBandh #OdishaNews #MMDR #SIR #OdishaPolitics
ଓଡ଼ିଶା ବନ୍ଦର ବଡ଼ ପ୍ରଭାବ: ରାସ୍ତାରେ ଅବରୋଧ, ବସ୍ ଚଳାଚଳ ପ୍ରଭାବିତ !
ସକାଳ ୬ଟାରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ । କଟକ-ଭୁବନେଶ୍ୱରରେ ବସ୍ ଚଳାଚଳ ପ୍ରଭାବିତ, ରାଉରକେଲା ଓ ସମ୍ବଲପୁରରେ ମଧ୍ୟ ପରିବହନ ବାଧାପ୍ରାପ୍ତ। ଜରୁରୀ ସେବା ଚାଲୁ।
#OdishaBandh #OdishaNews #BandhImpact #OdishaPolitics #BreakingNews
୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: ସକାଳୁ ରାସ୍ତାରେ ପିକେଟିଂ, ଅଟକିଲା ଗାଡ଼ି!
ସକାଳ ୬ଟାରୁ ଓଡ଼ିଶା ବନ୍ଦର ପ୍ରଭାବ। ବିଭିନ୍ନ ସ୍ଥାନରେ ପିକେଟିଂ ଯୋଗୁଁ ଗାଡ଼ି ଚଳାଚଳ ପ୍ରଭାବିତ, ଦୋକାନବଜାର ବନ୍ଦ। MMDR, ପାଠ୍ୟପୁସ୍ତକ ତ୍ରୁଟି ଓ SIR ପ୍ରସଙ୍ଗରେ ଦାବିକୁ ନେଇ ବନ୍ଦ ଡାକରା।
#OdishaBandh #OdishaNews #BandhImpact #OdishaPolitics
ବଲିଉଡ୍ରେ ଶୋକ: ୭୫ ବର୍ଷରେ ନାନା ପାଟେକରଙ୍କ ପରଲୋକ !
ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ଗୋଆରେ ହୃଦ୍ଘାତ ପରେ ୭୫ ବର୍ଷ ବୟସରେ ପରଲୋକ । ଭାରତୀୟ ସିନେମାରେ ତାଙ୍କ ଦମଦାର ଅଭିନୟ ସବୁବେଳେ ସ୍ମରଣୀୟ ରହିବ ।
#NanaPatekar #NanaPatekarDeath #Bollywood #IndianCinema #BreakingNews
ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ !
ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଇଣ୍ଡିଆ ବ୍ଲକ୍ର ଓଡ଼ିଶା ବନ୍ଦ ଡାକରା। ବସ୍, ଟ୍ରକ୍, ଅଟୋ, ଦୋକାନ-ବଜାର ପ୍ରଭାବିତ ହୋଇପାରେ। ହସ୍ପିଟାଲ, ଆମ୍ବୁଲାନ୍ସ, ମେଡିସିନ୍ ଦୋକାନ ଭଳି ଜରୁରୀ ସେବା ଚାଲୁ ରହିବ।
#OdishaBandh #INDIAAlliance #OdishaPolitics #SIR #MMDR #DLEdExam
ବିଜେଡିର ୟୁ-ଟର୍ନ! ୩୦ ମିନିଟ୍ରେ ବଦଳିଲା ଷ୍ଟାଣ୍ଡ।
ପ୍ରଥମେ ଓଡ଼ିଶା ବନ୍ଦକୁ ସମର୍ଥନ, ମାତ୍ର ୩୦ ମିନିଟ୍ ପରେ ସମର୍ଥନ ନାହିଁ। ପ୍ରମିଳା ମଲ୍ଲିକଙ୍କ ପ୍ରଥମ ବୟାନ ପରେ ବିଜେଡିର ଆଭିମୁଖ୍ୟ ବଦଳିବାକୁ ନେଇ ରାଜନୈତିକ ଚର୍ଚ୍ଚା।
#BJD #BJDUTurn #OdishaBandh #OdishaPolitics #OdishaNews #PramilaMallick #PoliticalNews
ମୋଦୀଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ, ଓଡ଼ିଶାର ୩୦ ଜିଲ୍ଲାରେ କାର୍ଯ୍ୟକ୍ରମ !ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ଓଡ଼ିଶାର ୩୦ଟି ସାଙ୍ଗଠନିକ ଜିଲ୍ଲାରେ ବଡ଼ ଆୟୋଜନ। ଭୁବନେଶ୍ୱରରେ ମନମୋହନ ସାମଲ ଓ ଖୋର୍ଦ୍ଧାରେ ମୋହନ ଚରଣ ମାଝୀ ଯୋଗଦେବେ। #NarendraModi #Modi25Years #PMModi #BJP #Odisha
ମହାପ୍ରସାଦକୁ ନେଇ ପୁରୀରେ ସଙ୍ଗୀନ ଅଭିଯୋଗ !
ପୁରୀ ରେଳ ଷ୍ଟେସନ ନିକଟ ଏକ ହୋଟେଲରେ ବଳକା ମହାପ୍ରସାଦକୁ ଅନ୍ୟ ଖାଦ୍ୟ ଓ ଆମିଷ ସାମଗ୍ରୀ ସହ ମିଶାଇ ବିକ୍ରି କରାଯାଉଥିବା ନେଇ ଅଭିଯୋଗ। ମହାପ୍ରସାଦର ପବିତ୍ରତା ଓ ଭକ୍ତଙ୍କ ଆସ୍ଥାକୁ ନେଇ ଉଠିଛି ପ୍ରଶ୍ନ।
#Mahaprasad #Jagannath #Puri #OdishaNews #JagannathTemple #Odisha
୮ ବର୍ଷ ପରେ କ୍ୟାମ୍ପସରେ ଛାତ୍ର ନିର୍ବାଚନ !
ଆଠ ବର୍ଷ ପରେ ଫେରିଲା ଛାତ୍ର ସଂସଦ ନିର୍ବାଚନ। ଅକ୍ଟୋବର ୯ରେ ନାମାଙ୍କନ, ୧୪ରେ ‘ୱାଇ ଆଇ ଷ୍ଟାଣ୍ଡ ଫର୍’ ସଭା ଓ ୧୫ରେ ମତଦାନ। ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା।
#StudentElection #CampusElection #Odisha #OdishaNews #StudentsUnion
ସୁନାବେଡ଼ା HALରେ ରାଜନାଥଙ୍କ ବଡ଼ କାର୍ଯ୍ୟକ୍ରମ !
ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସୁନାବେଡ଼ା HALରେ ₹218 କୋଟିର ଶକ୍ତି ଇଞ୍ଜିନ୍ ଉତ୍ପାଦନ ସୁବିଧାର ଭିତ୍ତିପ୍ରସ୍ତର ସହ ୨୦୦୦ତମ ଏରୋ-ଇଞ୍ଜିନ୍ ହସ୍ତାନ୍ତର କାର୍ଯ୍ୟକ୍ରମ। #RajnathSingh #Odisha #Sunabeda #HAL #DefenceNews #ShaktiEngine
SIR ବିରୋଧରେ ଦିଲ୍ଲୀରେ ବଡ଼ ମାର୍ଚ୍ଚ !
ନିର୍ବାଚନ କମିଶନ ମୁଖ୍ୟାଳୟ ଅଭିମୁଖେ ଇଣ୍ଡିଆ ବ୍ଲକ୍ର ବିଭିନ୍ନ ଦଳର ସାଂସଦ। ଖଡ଼ଗେଙ୍କ ନେତୃତ୍ୱରେ ‘ଗଣତନ୍ତ୍ର ବଞ୍ଚାଅ’ ନାରା। SIR ପ୍ରକ୍ରିୟାରେ ସ୍ୱଚ୍ଛତା ଦାବି ସହ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି।
#SIR #DelhiMarch #INDIAAlliance #ElectionCommission #GyaneshKumar
କେନ୍ଦ୍ରାପଡ଼ାରେ NHRC ଟିମ୍ !
ମହାକାଳପଡ଼ାର ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ବିଡିଓଙ୍କ ଚାମ୍ବରରେ ମାଡ଼ ଓ ଦୁର୍ବ୍ୟବହାର ଅଭିଯୋଗର ହେବ ତଦନ୍ତ। ବ୍ଲକ୍ କାର୍ଯ୍ୟାଳୟ ଓ ଥାନାରେ ତଥ୍ୟ-ଦସ୍ତାବିଜ୍ ଯାଞ୍ଚ ସହ ସମସ୍ତ ପକ୍ଷଙ୍କୁ ପଚରାଉଚରା କରିବ NHRC ଟିମ୍।
#NHRC #Kendrapara #ChameliOjha #HumanRights #OdishaNews