RTO GANJAM (@RTOGanjam) header
RTO GANJAM (@RTOGanjam) profile picture

RTO Ganjam official account.

Ganjam, India
Joined July 2016
Photo by RTO GANJAM (@RTOGanjam)Photo by RTO GANJAM (@RTOGanjam)Photo by RTO GANJAM (@RTOGanjam)Photo by RTO GANJAM (@RTOGanjam)Photo by RTO GANJAM (@RTOGanjam)Photo by RTO GANJAM (@RTOGanjam)Photo by RTO GANJAM (@RTOGanjam)Photo by RTO GANJAM (@RTOGanjam)Photo by RTO GANJAM (@RTOGanjam)Photo by RTO GANJAM (@RTOGanjam)
Odisha Showcases Technology-Driven Road Safety Initiatives at WHO’s National Dialogue in New Delhi Transport Commissioner Shri Amitabh Thakur participated in the National Dialogue on Road Safety Legislation, organised by WHO in New Delhi, highlighting Odisha’s various road safety measures, including enforcement under Section 167, truck terminals to address unauthorised parking, Goshala establishment for stray cattle management, and the Rakshak and Junior Rakshak programmes. He also highlighted AMA RASTA Whatsapp Chatbot, aimed at providing timely assistance to road accident victims, and AMA SuVahak, promoting women’s empowerment in the transport sector. #Odisha #RoadSafety
7
12
1,227
ଗଞ୍ଜାମ ପାଲୁରସ୍ଥିତ IDTR ପରିସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ଉପସ୍ଥିତିରେ ‘ସେବା ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ। ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ କରି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ ମାନ୍ୟବର ମନ୍ତ୍ରୀ ମଙ୍ଗଳକାମନା କରିଥିଲେ। IDTRର କର୍ମଚାରୀ ଓ ପ୍ରଶିକ୍ଷାର୍ଥୀମାନେ ଉତ୍ସାହର ସହ ଯୋଗଦେଇଥିଲେ। ସେବା, ସମର୍ପଣ ଓ କର୍ତ୍ତବ୍ୟନିଷ୍ଠା ସହ ଦେଶ ଓ ଜନସାଧାରଣଙ୍କ ପାଇଁ କାମ କରିବାକୁ ମାନ୍ୟବର ମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ଏକ ଦୀପରୁ ଆରମ୍ଭ ହେଉ ଅନେକ ସେବାର ସଂକଳ୍ପ। #SevaSankalpAbhiyan #IDTR #RoadSafety #OdishaTransport #STAOdisha
7
16
2,262
ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ଉପସ୍ଥିତିରେ ଗଞ୍ଜାମ ପାଲୁରସ୍ଥିତ IDTR ପରିସରରେ ଆରମ୍ଭ ହୋଇଛି ‘ସେବା ସଂକଳ୍ପ ଅଭିଯାନ’। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳିତ କରି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ ମଙ୍ଗଳକାମନା କରିଛନ୍ତି। IDTRର କର୍ମଚାରୀ ଏବଂ ଡ୍ରାଇଭିଂ ପ୍ରଶିକ୍ଷଣ ନେଉଥିବା ପ୍ରଶିକ୍ଷାର୍ଥୀମାନେ ଉତ୍ସାହର ସହ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମନ୍ତ୍ରୀ ଶ୍ରୀ ଜେନା ସମସ୍ତଙ୍କୁ ସେବା ଓ ସମର୍ପଣର ଭାବନା ସହ ଦେଶ ଓ ଜନସାଧାରଣଙ୍କ ପାଇଁ ନିଜ କର୍ତ୍ତବ୍ୟ ପାଳନ କରିବାକୁ ପ୍ରେରିତ କରିଥିଲେ। #SevaSankalpAbhiyan #IDTR #RoadSafety #OdishaTransport #STAOdisha
5
9
1,372
Your Journey to Mayapur Begins with OSRTC! Travel seamlessly from Brahmapur to Mayapur with our daily bus service, connecting major cities across Odisha and West Bengal. Enjoy a safe, comfortable & reliable journey every day. Book your journey and travel with confidence. #OSRTC
3
8
40
2,960
ବାପା! ବାଇକ୍ ଚଲାଇବା ସମୟରେ ହେଲମେଟ୍ ପିନ୍ଧିବାକୁ କେବେବି ଭୁଲନ୍ତୁ ନାହିଁ ଘରେ ଆମେ ସମସ୍ତେ ଆପଣଙ୍କ ସୁରକ୍ଷିତ ଫେରିବା ବାଟକୁ ଚାହିଁ ରହିଛୁ ହେଲମେଟ୍ ପିନ୍ଧିବା କେବଳ ଏକ ନିୟମ ନୁହେଁ, ଆପଣଙ୍କ ଜୀବନର ସୁରକ୍ଷା କବଚ.. #WearHelmet #RoadSafety #STAOdisha #OdishaCares
1
7
19
2,677
ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଓ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଗାରିମାମୟ ଉପସ୍ଥିତିରେ ଓଡ଼ିଶାର ବିକାଶ ପାଇଁ ₹୪୭,୬୦୦ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହୋଇଛି । ସେଥିରୁ ବାଣିଜ୍ୟ ଓ ପରିବହନ ବିଭାଗର ମଧ୍ୟ ଅନେକ ଜନକଲ୍ୟାଣକାରୀ ପ୍ରକଳ୍ପ ଲୋକାର୍ପିତ ହୋଇଛି। ଏହା ମଧ୍ୟରେ କଳାହାଣ୍ଡି ଓ ଗିରିଶୋଳା (ଗଞ୍ଜାମ)ରେ ୨ଟି ଟ୍ରକ୍ ଟର୍ମିନାଲ୍, କଟକ ଓ ଭୁବନେଶ୍ୱରରେ ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷା ବ୍ୟବସ୍ଥା ଏବଂ ରାଜ୍ୟର ୯ଟି ସ୍ଥାନରେ ସ୍ୱୟଂଚାଳିତ ଯାନ ପରୀକ୍ଷଣ କେନ୍ଦ୍ର (ATS)ର ଶୁଭ ଉଦଘାଟନ କରାଯାଇଛି। ଏଥିସହିତ ସମ୍ବଲପୁର-ରାଉରକେଲା, ମଙ୍ଗୁଳି-ସମ୍ବଲପୁର, ବ୍ରହ୍ମପୁର-ତପ୍ତପାଣି ଓ ବ୍ରହ୍ମପୁର-ଭଞ୍ଜନଗର ଭଳି ୪ଟି ପ୍ରମୁଖ ମାର୍ଗରେ ‘ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍’ (IEMS) କାର୍ଯ୍ୟକାରୀ ହୋଇଛି।
1
20
47
2,621
ନୀଟ୍ ପରୀକ୍ଷାର୍ଥୀମାନଙ୍କ ପାଇଁ ନିଃଶୁଳ୍କ ବସ୍ ସେବା : ନୀଟ୍ (ୟୁଜି) ପୁନଃ ପରୀକ୍ଷା–୨୦୨୬ ପରୀକ୍ଷାର୍ଥୀମାନଙ୍କ ପାଇଁ ଗଞ୍ଜାମ ଜିଲ୍ଲାରେ ନିଃଶୁଳ୍କ ବସ୍ ସେବା ବ୍ୟବସ୍ଥା କରାଯାଇଛି। ନିର୍ଦ୍ଦିଷ୍ଟ ସ୍ଥଳରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ୧୦–୧୫ ମିନିଟ୍ ଅନ୍ତରରେ ବିଶେଷ ନିଃଶୁଳ୍କ ବସ୍ ସେବା ଚାଲିବ। ପରୀକ୍ଷାର୍ଥୀମାନେ ଏହି ସୁବିଧାର ଲାଭ ଉଠାଇ ସମୟରେ ପରୀକ୍ଷା କେନ୍ଦ୍ରକୁ ପହଞ୍ଚିବା ପାଇଁ ଅନୁରୋଧ
2
7
28
1,301
ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷାରେ ହେଉଛି ସଂସ୍କାର । ମାନବୀୟ ମୂଲ୍ୟାୟନ ବଦଳରେ ଏବେ ସେନ୍ସର ଓ କ୍ୟାମେରା ମାଧ୍ୟମରେ ହେଉଛି ଡ୍ରାଇଭିଂ ଟେଷ୍ଟ। ରାଜ୍ୟର ୧୯ଟି ସ୍ଥାନରେ କାର୍ଯ୍ୟକାରୀ ହୋଇଛି ସ୍ୱୟଂକ୍ରିୟ ଯାନ ଚାଳନା ପରୀକ୍ଷା ବ୍ୟବସ୍ଥା (ADTS)। #DrivingLicence #RoadSafety #TrafficReforms #OdishaTransport #DigitalOdisha #STAOdisha #SafeDriving
4
11
1
33
1,540
ଭୁବନେଶ୍ୱରର ୧୭ଟି ପ୍ରମୁଖ ସ୍ଥାନରେ ସରକାରଙ୍କ ଦ୍ୱାରା ସାର୍ବଜନୀନ ଇଭି (EV) ଚାର୍ଜିଂ ଷ୍ଟେସନ କାର୍ଯ୍ୟକ୍ଷମ ହୋଇସାରିଛି। ଆଗକୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ। ବୈଦ୍ୟୁତିକ ଗାଡ଼ି ଚାଳକମାନେ ଏହି ସୁବିଧା ନେଇପାରିବେ। ପବ୍ଲିକ ଟ୍ରାନ୍ସପୋର୍ଟ ଓ ଇଭି ବ୍ୟବହାର ବୃଦ୍ଧି କରିବା, ଇନ୍ଧନ ସଂଚୟ ଅଭିଯାନରେ ସହଭାଗୀ ହେବା। #Bhubaneswar #EVCharging #Odisha #ElectricVehicle #CleanEnergy
10
38
5
290
11,154
ମୋଟର ଯାନ ଆଇନ୍ ଉଲ୍ଲଂଘନ କରି ଅନେକ ଗାଡ଼ି ମାଲିକ କାଗଜପତ୍ର ଅପଡେଟ୍ ରଖିନାହାନ୍ତି। ଯାହା ସାମଗ୍ରିକ ଭାବେ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି। ଏହାସହ ମୋଟରଯାନ ତଥ୍ୟ ଅନୁଶୀଳନରେ ମଧ୍ୟ ଅସଙ୍ଗତି ସୃଷ୍ଟି ହେଉଛି। ତେଣୁ 'VAHAN' ତଥ୍ୟାବଳୀରେ ସଂସ୍କାର ଓ ସଡ଼କ ସୁରକ୍ଷାକୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ସ୍ଥିତି ଅନୁଯାୟୀ ଯାନବାହନ ଚାରି ଭାଗରେ ବିଭକ୍ତ କରାଯାଇଛି। -ଆକ୍ଟିଭ୍ କମ୍ପ୍ଲିଆଣ୍ଟ (Active Compliant) -ଆକ୍ଟିଭ୍ ନନ୍ କମ୍ପ୍ଲିଆଣ୍ଟ (Active non-compliant) -ଅସ୍ଥାୟୀ ଆର୍କାଇଭ୍ (Temporary Archive) -ସ୍ଥାୟୀ ଆର୍କାଇଭ୍ (Permanent Archive) ସବୁବେଳେ ନିଜର ଗାଡ଼ି କାଗଜପତ୍ର ଅପଡେଟ୍ ରଖନ୍ତୁ। ସର୍ବଦା ଆକ୍ଟିଭ୍- କମ୍ପ୍ଲିଆଣ୍ଟ ବର୍ଗରେ ରୁହନ୍ତୁ।
1
8
19
1,886
ଆପଣଙ୍କ ଗାଡ଼ିର ପଞ୍ଜିକରଣ ପ୍ରମାଣପତ୍ର ବା RC ର ସ୍ଥିତି ଜାଣିବା ଆବଶ୍ୟକ। ଘରେ ବସି ଅନଲାଇନ୍‌ରେ ଖୁବ୍ ସହଜରେ ଏହା ଦେଖିପାରିବେ। parivahan.gov.in ୱେବସାଇଟ୍ ମାଧ୍ୟମରେ କିପରି ପର୍ଯ୍ୟାୟକ୍ରମେ (Step-by-step) ଏହାକୁ ଯାଞ୍ଚ କରିବେ, ସେ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି। ​#Odisha #RCOnline #ParivahanSewa #VehicleRegistration #VahanSearch #OdishaTransport
3
43
167
6,523
ଅନେକ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କରନ୍ତି। ଭାବନ୍ତି ତାଙ୍କ ସହ ଦୁର୍ଘଟଣା ହେବନି। କିନ୍ତୁ, ଦୁର୍ଘଟଣା କାହାକୁ କହିକି ଆସେନାହିଁ। ଦୁର୍ଘଟଣା ପରେ ପରିବାର ଲୋକଙ୍କୁ ସାରା ଜୀବନ ପାଇଁ ଯେଉଁ କଷ୍ଟ ମିଳେ, କେବେ ସେ କଥା ଭାବିଛନ୍ତି? #NoTripleRiding #WearHelmet #SeatbeltSavesLives #STAOdisha #ComeHomeSafe
1
8
20
935
ଗ୍ରୀଷ୍ମ ପ୍ରବାହରେ ଯାତ୍ରାକୁ ନେଇ ସତର୍କ ରୁହନ୍ତୁ କ୍ରମାଗତ ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଗାଡ଼ି ଚଳାଇଲେ ଗାଡ଼ି ଚାଳକ 'ପଥ ସମ୍ମୋହନ'ର ଶିକାର ହୁଅନ୍ତି। ଏଥିପାଇଁ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ। ଏଥିରୁ ବର୍ତ୍ତିବାକୁ ହେଲେ ନିଜକୁ ସତେଜ ରଖନ୍ତୁ। -ଗାଡ଼ିକୁ ସୁରକ୍ଷିତ ପାର୍କିଂ କରି ଚଲାବୁଲା କରନ୍ତୁ -ଭଲରେ ମୁହଁ ଧୋଇଦିଅନ୍ତୁ -କିଛି ସମୟ ବିଶ୍ରାମ ନିଅନ୍ତୁ #RoadHypnosis #RoadSafety #Odisha #STA
2
25
100
3,875
ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ସ୍ଥାନରେ RTOଙ୍କ ଦ୍ୱାରା ସଚେତନତା ଓ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ବିନା ଡ୍ରାଇଭିଂ ଲାଇସେନ୍ସ କିମ୍ବା ଉପଯୁକ୍ତ ଡିଏଲ୍ ବିନା ଗାଡ଼ି ଚଳାଉଥିବା ଚାଳକଙ୍କ ବିରୋଧରେ ମୋଟର ଯାନ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। #RoadSafety #Odisha #Enforcement #SafeOdisha #TrafficRules
1
8
58
2,516
ଆପଣଙ୍କ ଗାଡ଼ିର ଇ- ଚାଲାଣ ବକେୟା ଅଛି କି? ସରକାରଙ୍କ ଦ୍ଵାରା ଚାଲିଥିବା OTS ଯୋଜନାରେ ରିହାତିରେ ଇ- ଚାଲାଣ ପୈଠ କରି ଚିନ୍ତାମୁକ୍ତ ହୁଅନ୍ତୁ । ଯୋଜନାର ଅବଧି ସରିଗଲେ ଆଉ ରିହାତି ମିଳିବ ନାହିଁ । ଅନଲାଇନରେ ପୈଠ ପାଇଁ: echallan.parivahan.gov.in #Echallan #Odisha #OTS
1
9
28
1,726
ଜୀବନରେ ଅନେକ ସ୍ୱପ୍ନ ଥାଇପାରେ ସେସବୁର ପୂରଣ ପାଇଁ, ସୁସ୍ଥ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଗାଡ଼ି ଚଳାଇବା ବେଳେ ସର୍ବଦା ସଡ଼କ ସୁରକ୍ଷା ନିୟମ ପାଳନ କରନ୍ତୁ #WearHelmet #ObeyTrafficRules #STAOdisha #ComeHomeSafe #DriveSafe
8
1
22
732
ଦୁଇ ଚକିଆରେ ଗଲେ ହେଲମେଟ୍ ପିନ୍ଧିବା ଚାରି ଚକିଆରେ ଗଲେ ସିଟବେଲ୍ଟ ପିନ୍ଧିବା ରାସ୍ତା ପାର୍ ହେବା ବେଳେ ରାସ୍ତାର ଦୁଇ ପଟ ଦେଖିବା ସଡ଼କ ସୁରକ୍ଷା ନିୟମ ପାଳନ ପ୍ରତି ଯତ୍ନବାନ ହେବା #RoadSafetySong #ObeyTrafficRules #STAOdisha #ComeHomeSafe
5
10
15
1,156
ଦୀର୍ଘଦିନ ଧରି ଆପଣଙ୍କ ଗାଡ଼ିର ଇ-ଚାଲାଣ ବକେୟା ଅଛି କି? ସରକାରଙ୍କ ଦ୍ଵାରା ଚାଲିଥିବା OTS ଯୋଜନାରେ ରିହାତିରେ ଇ-ଚାଲାଣ ପୈଠ କରି ଚିନ୍ତାମୁକ୍ତ ହୁଅନ୍ତୁ। ଯୋଜନାର ଅବଧି ସରିଗଲେ ଆଉ ରିହାତି ମିଳିବ ନାହିଁ। ଅନଲାଇନରେ ପୈଠ ପାଇଁ: echallan.parivahan.gov.in #Echallan #Odisha #OTS #Transport
1
9
1
21
1,660
ପିଏମ୍ ରାହତ ଯୋଜନା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୂରଦୃଷ୍ଟି, ସେବା ଓ ମାନବିକତା ସମ୍ପନ୍ନ ନେତୃତ୍ୱର ଆଉ ଏକ ଐତିହାସିକ ପଦକ୍ଷେପ। ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀଜୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଏହି ଯୋଜନାର ସମୀକ୍ଷା କାର୍ଯ୍ୟକ୍ରମରେ ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ପୋଲିସ ଡିଜି, ପ୍ରମୁଖ ଶାସନ ସଚିବ ଓ ପରିବହନ ଆୟୁକ୍ତଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଅଂଶଗ୍ରହଣ କରିଲି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି, ଅର୍ଥ ଅଭାବ ଯେପରି କୌଣସି ବି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସାରେ ବାଧକ ହେବ ନାହିଁ । ଦୁର୍ଘଟଣାର ସାତ ଦିନ ପର୍ଯ୍ୟନ୍ତ ଦେଢ଼ ଲକ୍ଷ ଟଙ୍କା ଯାଏଁ କ୍ୟାସଲେସ ଚିକିତ୍ସା ସୁବିଧା ସରକାର ଯୋଗାଇଦେବେ । ୧୧୨ ଜରୁରୀକାଳୀନ ନମ୍ବର ସହ ସରକାରୀ ଓ ପଞ୍ଜିକୃତ ଘରୋଇ ହସ୍ପିଟାଲର ସଂଯୋଗୀକରଣ ଏବଂ e-DAR, TMS 2.O ପରି ଡିଜିଟାଲ୍ ବ୍ୟବସ୍ଥା ଦ୍ୱାରା ପ୍ରକ୍ରିୟାକୁ ସରଳ, ପାରଦର୍ଶୀ କରିବାକୁ ଗୁରୁତ୍ୱ ଦିଆଯାଇଛି। ଏହାସହ ‘ରାହା-ବୀର’ ଯୋଜନାରେ ସାହଯ୍ୟକାରୀଙ୍କୁ ୨୫,୦୦୦ ଟଙ୍କା ପୁରସ୍କାର ଦେଇ ଜୀବନ ରକ୍ଷାର ଏହି ଅଭିଯାନକୁ ବ୍ୟାପକ କରାଯାଇଛି । ପିଏମ୍-ରାହତର କାର୍ଯ୍ୟକାରିତା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ଶତ ପ୍ରତିଶତ ପ୍ରସ୍ତୁତି ଶେଷ କରିଛି । ଏଥିପାଇଁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଆମକୁ ପ୍ରଶଂସା ମଧ୍ୟ କରିଛନ୍ତି । ଏହାସହ ସଡ଼କ ସୁରକ୍ଷା କ୍ଷେତ୍ରରେ ଆମ ସରକାର ଗ୍ରହଣ କରିଥିବା ପଦକ୍ଷେପ ମାନ ସଂପର୍କରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଇଲି ।
2
8
38
1,373
ସଡ଼କକୁ ମହାକାଶ, ଗାଡ଼ିକୁ ରକେଟ୍ ବୋଲି ଭାବନ୍ତୁ ନାହିଁ ସଡ଼କ ସୁରକ୍ଷା ନିୟମ ମାନି ଯାତ୍ରା କରନ୍ତୁ, ସୁରକ୍ଷିତ ଘରକୁ ଫେରନ୍ତୁ #DontBeAnAstronautOnTheRoad #RoadSafetyFirst #DriveSafeStaySafe #STAOdisha #ComeHomeSafe
6
10
29
1,019